ବିଗିଡିବାରେ ଲାଗିଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ପାଟନା: ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଝିଅ ରୋହିଣୀ ଆଚାର୍ଯ୍ୟ ହିଁ ଲାଲୁଙ୍କୁ କିଡ୍‌ନୀ ଦାନ କରିଥିଲେ। ଏବେ କିନ୍ତୁ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଝିଅ ରୋହିଣୀ ସୋମାବର ଟ୍ୱିଟ୍ କରି କହିଛନ୍ତି, ‘ଭଗବାନଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭଲ ପାଇବା ପରେ ମୁ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି। କିନ୍ତୁ ବାପା ଏବେବି ହସ୍ପିଟାଲରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସୁସ୍ଥ ଅଛି। ବାପା ଯେପରି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ସେଥିପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ।

ଏହାପୂର୍ବରୁ ଡିସେମ୍ବର ୮ ତାରିଖରେ ରୋହିଣୀଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଥିଲା। ଏଥିରେ ସେ ଆଉ ତାଙ୍କ ବାପା ତଥା ଲାଲୁ ପ୍ରସାଦ ଯାଦବ ଠିକ୍ ଥିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ଏବେ ହଠାତ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସେ କହିଛନ୍ତି। ଡାକ୍ତରଙ୍କ ଦେଖାରେଖାରେ ତାଙ୍କର ଚିକିତ୍ସା ଚାଲିଛି।

Comments are closed.