ବଢ଼ିବାରେ ଲାଗିଛି ଲାଲୁଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲା ସହିତ ସମ୍ପୃକ୍ତ ଥିବା ଦୋରନ୍ଦା ଟ୍ରେଜରି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ‘ଆର୍‌ଜେଡି’ ନେତା ଲାଲୁ ପ୍ରସାଦ ଯାଦବଙ୍କୁ ମଞ୍ଜୁର କରିଥିବା ଜାମିନ ଆଦେଶକୁ ଆଜି ‘ସିବିଆଇ’ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛି ।

ଅଗଷ୍ଟ ୨୫ ତାରିଖ ଦିନ ‘ସିବିଆଇ’ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ରାଜି ‌ହୋଇଛନ୍ତି।

ସୂଚନାଯୋଗ୍ୟ, ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଚାରିଟି ମାମଲାରେ (ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି) ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ଜାମିନକୁ ‘ସିବିଆଇ’ ଚାଲେଞ୍ଜ୍‌ କରିବା ସହିତ ଏହାକୁ ବାତିଲ କରିବା ପାଇଁ ଅନୁରୋଧ କରିଛି। ଏହି ସବୁ ମାମଲାରେ ସରକାରୀ ଟ୍ରେଜେରିରୁ ବେଆଇନ ଭାବେ ୯୫୦ କୋଟି ଟଙ୍କା ଉଠାଯାଇଥିଲା। ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ।

Comments are closed.