ସିଡିରୁ ଗଡି ପଡିଲେ ଲାଲୁ
ପାଟନା: ଘର ସିଡ଼ିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ସିଡ଼ିରୁ ପଡ଼ିଯିବାରୁ ତାଙ୍କ କାନ୍ଧ ଭାଙ୍ଗି ଯାଇଛି। ରବିବାର ରାତିରେ ଲାଲୁ ସିଡ଼ିରୁ ଖସି ପଡ଼ିଥିବା ବେଳେ ସୋମବାର ଭୋର ସମୟରେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲାଲୁ ରବିବାର ରାତିରେ ଘର ସିଡ଼ିରୁ ଓହ୍ଲାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ। ଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି। ତାଙ୍କର ପ୍ରାଥମିକ ଚିକିତ୍ସା ଘରେ କରାଯାଇଥିଲା। ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିଲା। ତେଣୁ ତାଙ୍କୁ ପାଟନାରେ ଥିବା ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Comments are closed.