ହେଡ୍ ଫୋନ୍ ଲଗାଇ ରେଳ ଧାରଣା ପାର୍ ହେବା ପଡିଲା ମହଙ୍ଗା

ଉତ୍ତରପ୍ରଦେଶ: ୟୁପିର ବାଂଦା ଠାରେ ଜଣେ ଯୁବକଙ୍କୁ ହେଡ୍ ଫୋନ୍ ଲଗାଇ ରେଳ ଧାରଣା ପାର୍ ହେବା ପଡିଲା ମହଙ୍ଗା। ଅସାବଧନତା ପାଇଁ ଟ୍ରେନ୍ ଧକ୍କା ଦେବା ପରେ ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଲୋକମାନେ ଯୁବକଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ, ହେଲେ ଯୁବକ ଜଣଙ୍କ କାନରେ ହେଡ୍ ଫୋନ୍ ଲଗାଇଥିବାରୁ କିଛି ଶୁଣିପାରିନଥିଲା । ଯାହାଫଳରେ ଟ୍ରେନ୍ ଧକ୍କା ଦେଇ ଚାଲିଯାଇଥିଲା।

କୁହାଯାଉଛି ଯେ, ଗାନ୍ଧୀ ନଗର ନିବାସୀ ସାଲିଗରାମଙ୍କ ୨୦ ବର୍ଷିୟ ପୁଅ ଅଜୟ ଘରୁ ବଜାରକୁ ଯାଇଥିଲା ଏବଂ ସେ କାନରେ ହେଡ୍ ଫୋନ୍ ପିନ୍ଧିଥିଲା । କୁହାଯାଉଛି ହେଡ୍ ଫୋନ୍ ର ଶବ୍ଦ ଏତେ ଜୋରରେ ଥିଲା ଯେ ଅଜୟ ଟ୍ରେନ୍ ସାଉଣ୍ଡକୁ ମଧ୍ୟ ଶୁଣି ପାରିନଥିଲା । ଏହି କାରଣରୁ ରେଳ ଲାଇନ ପାର ହେଉଥିବା ବେଳେ ତାକୁ ଟ୍ରେନ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଜୟ ଗୁରୁତର ଆହତ ହୋଇଥିବାବେଳେ ତାକୁ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ତା ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଯାଇଥିଲା, ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ମୃତ ଅଜୟଙ୍କ ମାମୁଁ ଯୁଗଲ କିଶୋର କହିଛନ୍ତି ଯେ, ସେ ରେଳ କ୍ରସିଂ ନିକଟସ୍ଥ ଧର୍ମଶାଳାରେ ଏକ ଭଡା ଘରେ ରହେ। ତେବେ ରବିବାର ଦିନ ସେ ହେଡ୍ ଫୋନ୍ ଧରି ରେଳ ଟ୍ରାକ୍ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିଲା। SHO ପୋଲିସ୍ ଷ୍ଟେସନର ଅତରା ଅନୁପ ଦୁବେ ଏହି ଦୁର୍ଘଟଣରେ ଯୁବକର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି।

Comments are closed.