ଲଦାକ ଓ କଶ୍ମୀର ଭାରତର, ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ ଭାରତ ଟାର୍ଗେଟ୍‌ କରି ପଡୋଶୀ ଦେଶକୁ ଏହି ତିନୋଟି ପ୍ରସଙ୍ଗରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛି।

ୟୁଏନଜିଏର ଦ୍ୱିତୀୟ କମିଟି ପାଇଁ ମିଳିତ ଜାତିସଂଘର ପ୍ରଥମ ସଚିବ ପଟେଲ ଗେହଲଟ କହିଛନ୍ତି ଯେ, ପାକିସ୍ତାନ ଭାରତ ଅଧିକୃତ ଅଞ୍ଚଳ ଖାଲି କରି ସୀମା ଆତଙ୍କବାଦକୁ ବନ୍ଦ କରିବା ଉଚିତ୍‌। ଏଥିସହ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ମାନବିକ ଅଧିକାରର ଉଲ୍ଲଂଘନକୁ ରୋକନ୍ତୁ।

Comments are closed.