କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁ ବାହାର କରିବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନ ହୋଇଥିଲା।

ଆଜି ଏହି ମାମଲା ଉପରେ ଶୁଶାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆବେଦନକୁ ଖାରଜ କରି କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ଏକ ଆଇନଗତ ଅଦାଲତ। ଅଦାଲତରେ କେବେ କେଉଁଠି ରାଷ୍ଟ୍ରପତି ଶାସନ କିମ୍ବା ରାଜ୍ୟପାଳଙ୍କ ନିୟମ କୋର୍ଟ ଦ୍ୱାରା ଲାଗୁ ହେବାର ଦେଖିଛନ୍ତି କି?”

ଜଣେ ମୁଖ୍ୟମନ୍ତ୍ରୀ କେଉଁଠୁ କେମିତି ଶାସନ କରିବେ, ତାହା ତାଙ୍କର ବ୍ୟକ୍ତିଗତ ଆହ୍ୱାନ। ଏହା ମଧ୍ୟ କେଜ୍ୱିୱାଲଙ୍କ ନିଷ୍ପତ୍ତି। ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ରାଷ୍ଟ୍ରୀୟ ସ୍ୱାର୍ଥ ଅଧୀନରେ ରଖିବାକୁ ପଡିବ। ଗଣତନ୍ତ୍ରକୁ ତା ବାଟରେ ଚାଲିବାକୁ ଦିଅନ୍ତୁ କହାବା ସହ ଆବେଦନକାରୀଙ୍କୁ ସାମ୍ବାଧାନିକ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ୯ ଥର ସମନ ପଠାଇବା ପରେ ଶେଷରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି।

Comments are closed.