ଜ୍ଞାନବ୍ୟାପୀ ମାମଲା : ଏଏସଆଇ ଆଉ ୮ ସପ୍ତାହ ସମୟ
ବାରାଣସୀ,: ଜ୍ଞାନବାପି ମସ୍ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦାଖଲ କରିବା ଲାଗି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଆଉ ୮ ସପ୍ତାହ ସମୟ ଦେଇଛନ୍ତି। ଜିଲା ଜଜ୍ ଏ.କେ. ବିଶ୍ୱେଷ ମସ୍ଜିଦ ପରିଚାଳନା କମିଟିର ଆପତ୍ତିକୁ ଖାରଜ କରିଦେବା ସହ ଏଏସ୍ଆଇକୁ ଅଧିକ ସମୟ ମଞ୍ଜୁର କରିଥିବା ସରକାରୀ ଓକିଲ ରାଜେଶ ମିଶ୍ରା କହିଛନ୍ତି। ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବାପି ମସ୍ଜିଦର ବିଜ୍ଞାନସମ୍ମତ ସର୍ଭେ କାର୍ଯ୍ୟ ଏଏସ୍ଆଇ ଜାରି ରଖିଛି। ସପ୍ତଦଶ ଶତାବ୍ଦୀର ଏହି ମସ୍ଜିଦ ପୂର୍ବରୁ ଥିବା ହିନ୍ଦୁ ମନ୍ଦିର ଭଗ୍ନାବଶେଷ ଉପରେ ହୋଇଛି କି ନାହିଁି, ତାହା ନିର୍ଦ୍ଧାରଣ କରିବା ଏହି ସର୍ଭେର ଉଦ୍ଦେଶ୍ୟ। ଜିଲା କୋର୍ଟଙ୍କ ରାୟକୁ ଆଲ୍ଲାହାବାଦ ହାଇକୋର୍ଟ କାଏମ ରଖିବା ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା।
Comments are closed.