କାହିଁକି ଗୃହ ଛାଡ଼ି ପଳାଇଲେ ରାଜ୍ୟପାଳ, ଜାଣନ୍ତୁ

ଚେନ୍ନାଇ : ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣ ଅବିକଳ ନପଢ଼ି ରାଜ୍ୟପାଳ ଆରଏନ୍ ରବି ମଝି ମଝିରେ କିଛି ଅଂଶ ଛାଡ଼ିଦେବାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାର ବି‌େରାଧ କରିଥିଲେ। ଏଥିରେ କ୍ଷୁବ୍ଧ ‌େହାଇ ରାଜ୍ୟପାଳ ବିଧାନସଭା ଛାଡ଼ି ବାହାରକୁ ଚାଲିଯାଇଥିଲେ। ଏପରିକି ଜାତୀୟ ସଙ୍ଗୀନ ପାଇଁ ମଧ୍ୟ ‌ଅପେକ୍ଷା କରିନଥିଲେ।

ବିଧାନସଭାରେ ସୋମବାର ଦିନ ରାଜ୍ୟପାଳଙ୍କର ଅଭିଭାଷଣ ଥିଲା। ପରଂପରା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ିବା କଥା। କିନ୍ତୁ ସେ ଅବିକଳ ଲିଖିତ ଭାଷଣଟି ନ ପଢ଼ି, ତାକୁ ପରିବର୍ତ୍ତନ କରି ବା ମଝିରୁ ମଝିରୁ ଛାଡ଼ି ଛାଡ଼ି ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏହାର ପ୍ରତିବାଦ କରିବା ସହ ତାମିଲ ଭାଷାରେ ଲିଖିତ ମୂଳ ଭାଷଣଟିକୁ ରେକର୍ଡରେ ରଖିବା ପାଇଁ ଦାବି କରି ଏକ ପ୍ରସ୍ତାବ ଆଗତ କରିଥିଲେ। ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟପାଳ ରବି ଗୃହ ତ୍ୟାଗ କରି ଚାଲିଯାଇଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟପାଳ ରବି ୫୦ ମିନିଟ ଧରି ଯେଉଁ ଭାଷଣ ଦେଇଥିଲେ ତାହା ଥିଲା ମୁଖ୍ୟତଃ ତାମିଲ ଭାଷାରେ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଓ ଅନୁମୋଦିତ ଭାଷଣର ଇଂରାଜୀ ଅନୁବାଦ। କିନ୍ତୁ ସେ ଏହାର କେତେକ ଅଂଶ ପଢ଼ି ନ ଥିଲେ ଏବଂ କେତେକ ଅଂଶରେ ପରିବର୍ତ୍ତନ କରିଥିଲେ।

Comments are closed.