ଝରାଫୁଲ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ, ଜାଣନ୍ତୁ ଶେଷ ୪୦ ଘଣ୍ଟାର ରହସ୍ୟ?
ଭୁବନେଶ୍ୱର,୨୮ ।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଆସିଛି ନୂଆ ତଥ୍ୟ । ଝରାଫୁଲଙ୍କ ଲୋକାଲ ଗାର୍ଡିଆନ ତଥା ଶିକ୍ଷକ ଥିବା ଚକ୍ରଧର ବେହେରା ଏହି ମାମଲାରେ ନିଜର ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଛନ୍ତି । ସେ କହିଛନ୍ତି ଯେ, ‘ ୨୪ରୁ ୨୬ ଯାଏଁ ଝରାଫୁଲ ଆମ ଘରେ ଥିଲେ । ମୋତେ ନଜଣାଇ ସରପ୍ରାଇଜ ଦେବାକୁ ଝରାଫୁଲ ଭୁବନେଶ୍ୱର ଆସିଥିଲେ । ମୋ ଝିଅର ଜନ୍ମଦିନରେ ଯୋଗ ଦେବାକୁ ଝରାଫୁଲ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖ ଦିନ ୧୧ଟା ୧୫ରେ ଝରାଫୁଲଙ୍କୁ ମୁଁ ବସରେ ବସାଇଥିଲି । ବସରେ ବସାଇବା ପରେ ସେ ଆଉ ଫୋନ୍ ଉଠାଇନଥିଲେ । ତାଙ୍କ ବାପାଙ୍କୁ ଫୋନ୍ କରିବାକୁ ଝିଅ ଘରେ ପହଞ୍ଚିଯାଇଥିବା କହିଥିଲେ । ମୃତଦେହ ମିଳିବା ପରେ ଝିଅ ପହଞ୍ଚିନଥିବା କହିଥିଲେ । ମୁଁ ବ୍ୟସ୍ତ ହେବି ବୋଲି ମୋତେ ତାଙ୍କ ବାପା ମିଛ କହିଥିଲେ । ଫଳରେ ମୁଁ ତାଙ୍କ ବାପାଙ୍କୁ ତୁରନ୍ତ ଥାନାରେ ଏତଲା ଦେବାକୁ କହିଥିଲି ।’
ଅନ୍ୟପଟେ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ଝିଅ ଝରାଫୁଲର ରାକେଶ ସ୍ୱାଇଁ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଥିଲା । ବାରମ୍ବାର ବାରଣ ସତ୍ୱେ ରାକେଶ ସହ ଫୋନରେ କଥା ହେଉଥିଲା । ୨୪ ତାରିଖ ସନ୍ଧ୍ୟାରେ ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା । ୨୫ରେ ଜନ୍ମଦିନ ପାଳିଥିଲା, ରାକେଶ ତା’ସହ ଥିବା ସନ୍ଦେହ ହେଉଛି । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ରହିଥିଲା । ୨୬ ତାରିଖ ରାତି ୧୧ଟାରେ ବସରେ ଘରକୁ ଫେରୁଛି ବୋଲି ଝିଅ କହିଥିଲା ।’ ତେବେ ଝିଅର ମୃତ୍ୟୁ ପାଇଁ ରାକେଶଙ୍କୁ ସନ୍ଦେହ କରୁଛି ବୋଲି ପୀଡିତାଙ୍କ ବାପା କହିଛନ୍ତି ।
Comments are closed.