ଜାଣନ୍ତୁ କେମିତି ଥିଲା ଚନ୍ଦ୍ରଯାନ -୩ ଯାତ୍ରା

ଇତିହାସ ରଚିଛି ଇସ୍ରୋ। ଜହ୍ନରେ ଭାରତ ତା’ର ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହୋଇଛି। ୪ ବର୍ଷ ତଳେ ବିଫଳ ହୋଇଥିବା ମିଶନ ଚନ୍ଦ୍ର ୨୦୨୩ ମସି ଅଗଷ୍ଟ ୨୩ରେ ସଫଳ ହୋଇଛି। ତେବେ ଏହି ମିଶନର ଘଟଣାକ୍ରମ ଉପରେ ନଜର ପକାନ୍ତୁ।

୧- ଜୁଲାଇ ୧୪- LVM-3 M4 ରକେଟରେ ହୋଇଥିଲା ଚନ୍ଦ୍ରଯାନର ଉତକ୍ଷେପଣ

୨- ଜୁଲାଇ ୧୪- କକ୍ଷପଥରେ ଅବସ୍ଥାପିତ ହୋଇ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା ଚନ୍ଦ୍ରଯାନ

୩- ଜୁଲାଇ ୧୫- ପ୍ରଥମଥର କକ୍ଷପଥ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ-୩

୪- ଜୁଲାଇ ୨୫- ପଞ୍ଚମ ତଥା ପୃଥିବୀ ଚାରିପଟେ ଅନ୍ତିମ କକ୍ଷପଥ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ

୫ – ଅଗଷ୍ଟ ୧- ପୃଥିବୀକୁ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା ଆରମ୍ଭ ହୋଇଥିଲା

୬- ଅଗଷ୍ଟ ୬- ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୩

୭- ଅଗଷ୍ଟ ୭- ଚନ୍ଦ୍ରର ପ୍ରଥମ ଭିଡିଓ ପଠାଇଥିଲା ଲ୍ୟାଣ୍ଡର୍ ବିକ୍ରମ

୮- ଅଗଷ୍ଟ ୯- ଚନ୍ଦ୍ରଯାନର କକ୍ଷପଥରେ ବେଗ ହ୍ରାସ କରାଯାଇଥିଲା

୯- ଅଗଷ୍ଟ ୧୭- ପ୍ରପଲ୍ସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର ବିକ୍ରମ

୧୦- ଅଗଷ୍ଟ ୨୦- ଏକାକୀ କକ୍ଷପଥ ହ୍ରାସ କରିଥିଲା ଲ୍ୟାଣ୍ଡର

୧୧- ଅଗଷ୍ଟ ୨୦- ଚୂଡ଼ାନ୍ତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା ଲ୍ୟାଣ୍ଡର

୧୨- ଅଗଷ୍ଟ ୨୦- ଲ୍ୟାଣ୍ଡର ବିକ୍ରମ କ୍ୟାମେରା ୪ରେ ଚନ୍ଦ୍ରର ଫଟୋ ଇସ୍ରୋକୁ ପଠାଇଥିଲା

୧୩- ଅଗଷ୍ଟ ୨୧- ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଥିଲା

୧୪- ଅଗଷ୍ଟ ୨୩- ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କରିଛି

Comments are closed.