ଆଜି ଖାର୍ଗେଙ୍କ ଓଡ଼ିଶା ଗସ୍ତ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।

କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କାରଣ ୨୦୧୯ରେ କଂଗ୍ରେସ ଓଡିଶାରେ ନିରାଶଜନକ ପ୍ରଦର୍ଶନ କରିଥିଲା । ବିଧାନସଭାରେ କଂଗ୍ରେସ ମାତ୍ର ୧୬ ପ୍ରତିଶତ ଭୋଟ ପାଇଥିଲା । ୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବାବେଳେ ୩୧ଟି ଅସନରେ ଦ୍ୱିତୀୟ ଓ ୯୧ଟି ଆସନରେ ତୃତୀୟ ସ୍ଥାନରେ ଥିଲା । ସେଥିରୁ ୫୯ ଆସନରେ ଦଳ ୧୦- ପ୍ରତିଶତରୁ ମଧ୍ୟ କମ୍ ଭୋଟ ପାଇଥିଲା । ବ୍ରହ୍ମଗିରି ଓ ଖଣ୍ଡପଡାରେ ଦଳୀୟ ପ୍ରାର୍ଥୀ ମାତ୍ର ୧% ଭୋଟ ପାଇଥିଲେ । ପୁରୀ , ଖୋର୍ଦ୍ଧା, ପୋଲସରା, ଚମ୍ପୁଆ ଆସନରେ ଦଳ ମାତ୍ର ୨% ଭୋଟ ପାଥିଲା । ବିଞ୍ଝାରପୁର , ଯାଜପୁର, ସାଲେପୁର ମଧ୍ୟ ଭୁବନେଶ୍ୱର, ଚିଲିକା, ନୟାଗଡ, ଚିକିଟି ଭଳି ଆସନରେ ପ୍ରାର୍ଥୀମାନେ ମାତ୍ର ୩% ଭୋଟ ପାଇଥିଲେ ।

Comments are closed.