କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିଛନ୍ତି ଖାର୍ଗେଙ୍କ ପୁଅ

କର୍ଣ୍ଣାଟକାର ଆଇଟି ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଦଳର ହାଇକମାଣ୍ଡ ଚାହିଁବେ, ତା’ହେଲେ ସେ ନିଶ୍ଚିତ ଭାବେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରେ ବସିବେ ବୋଲି ମତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ବୋଲି ପ୍ରଶ୍ନରେ ଜୁନିୟର ଖଡେଗ କହିଛନ୍ତି, “ଏକଥା ହାଇକମାଣ୍ଡ କହିବା ଦରକାର। ଯଦି ହାଇକମାଣ୍ତ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେବେ, ତା’ହେଲେ ମୁଁ ନିଶ୍ଚିତ ଏହାକୁ ହଁ କହିବି।”

ସୋମବାର ଜୁନିୟର ଖଡଗେ ବିଜେପିକୁ ଟାର୍ଗେଟ କରିଥିଲେ। ରାଜ୍ୟର କିଛି ବିଜେପି ନେତା କ୍ଷମତାସୀନ କର୍ଣ୍ଣାଟକା ସରକାରଙ୍କୁ ଭାଙ୍ଗିବା ପାଇଁ ଲାଗି ପଡ଼ିଛନ୍ତି। କିନ୍ତୁ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାକୁ ହେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ୧୦୦୦ କୋଟି ଟଙ୍କା ଆଣିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ଏହାପୂର୍ବରୁ ମାଣ୍ତ୍ୟାର କଂଗ୍ରେସ ବିଧାୟକ ରବି କୁମାର ଗନିଗା ଅଭିଯୋଗ କରିଥିଲେ ଯେ ବିଜେପିର ଗୋଟିଏ ଟିମ କଂଗ୍ରେସର ୪ ଜଣ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି।

Comments are closed.