ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା

0

ଲାହୋର : ଖଲିସ୍ତାନ ପ୍ରସଙ୍ଗରେ ପାକିସ୍ତାନରୁ ଆସିଛି ବଡ ଖବର। ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଛି। ସେ ପାକିସ୍ତାନରେ ରହି ନିଜର ନାମ ବଦଳାଇ ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା।ମିଳିଥିବା ସୂଚନା ଅନୁଯାୟୀ, ଲାହୋରରେ ପରମଜିତ ସିଂହ ପଞ୍ଜୱରକୁ କିଛି ବାଇକ୍ ଆରୋହୀ ଟାର୍ଗେଟ କରିଥିଲେ। ଲାହୋରର ଜୌହର ସହରରେ ଥିବା ସନଫ୍ଲାଓ୍ବାର ସୋସାଇଟି ଭିତରେ ଏକ ମୋଟର ସାଇକେଲରେ ଆସି ଦୁର୍ବୃତ୍ତମାନେ ତାଙ୍କୁ ଅନେକ ଥର ଗୁଳି କରିଥିଲେ। ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ବାଜିବାରୁ ଘଟଣାସ୍ଥଳରେ ପଞ୍ଜୱରର ମୃତ୍ୟୁ ହୋଇଥିବା କୁହାଯାଉଛି।

ପଞ୍ଜୱର ଏକ ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍)ର ନେତା ଥିଲା। ୯୦ ଦଶକରୁ ସେ ପାକିସ୍ତାନରେ ଆଶ୍ରୟ ନେଇଥିଲା। ସେ ମଲ୍ଲିକ ସର୍ଦ୍ଦାର ସିଂହ ନାମରେ ପାକିସ୍ତାନରେ ରହୁଥିଲା । ୯୦ ଦଶକ ପୂର୍ବରୁ ମଧ୍ୟ ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ୧୯୮୬ ମସିହାରେ ସେ ପାକିସ୍ତାନ ଯାଇଥିଲା, ଯେଉଁଠାରେ ସେ ଲାହୋର ସମେତ ଅନେକ ସ୍ଥାନରେ ରହୁଥିଲା।

Leave A Reply

Your email address will not be published.