ନିପା ଭୟ ସ୍କୁଲ କଲେଜ ଛୁଟି କଲେ କେରଳ ସରକାର

କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏଯାଏ କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯିବ ପରେ କେରଳ ସରକାରଙ୍କ ପକ୍ଷରୁ ସବୁ ସ୍କୁଲ କଲେଜକୁ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି।

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକ ଆସନ୍ତା ୨୪ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ।

ନିପା ଭାଇରସ ଆତଙ୍କକୁ ଦେଖି କେରଳର ବିଭିନ୍ନ ସ୍ଥାନରେ ଲୋକେ ନିଜ ଅଞ୍ଚଳକୁ ଘେରାବନ୍ଦୀ କରି କଣ୍ଟେନମେଣ୍ଟ ଜୋନ୍‌ କରି ଦେଉଛନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳରେ ବାହାର ଲୋକଙ୍କ ଯାତାୟତକୁ ରୋକି ପାରୁଛନ୍ତି।

ଗତକାଲି କେରଳରେ ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ଉଠାଇବାକୁ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କେରଳ ସରକାର ହାଇ ଆଲର୍ଟ ମୋଡ୍‌ରେ ରହିଛନ୍ତି। ୨୦୧୮ ପରେ ଏହି ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି।

Comments are closed.