ଫେଲ୍ ମାରିଲା କେଜ୍ରିୱାଲଙ୍କ ରଣନୀତି

ନୂଆଦିଲ୍ଲୀ: ସମ୍ପ୍ରତି ଗୁଜରାଟରେ ‘ଆପ୍’ ମାତ୍ର ୬ଟି ଆସନରେ ଅଗ୍ରଣୀ ଥିବା ବେଳେ ହିମାଚଳ ପ୍ରଦେଶରେ ଆଦୌ କୌଣସି ଆସନରେ ଅଗ୍ରଣୀ ନାହିଁ।
ସଦ୍ୟତମ ଟ୍ରେଣ୍ଡ୍‌ ଅନୁସାରେ, ଗୁଜରାଟର ୧୮୨ ଆସନରୁ ଶାସକ ‘ବିଜେପି’ ୧୫୫ ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୭, ‘ଆପ୍‌’ ୬ ଓ ଅନ୍ୟାନ୍ୟ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

କିନ୍ତୁ, ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ‘ଆପ୍‌’ ଗୋଟିଏ ମାତ୍ର ଆସନରେ ଅଗ୍ରଣୀ ନ ଥିବା ବେଳେ ‘ବିଜେପି’ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଭୀଷଣ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଉଭୟ ରାଜ୍ୟରେ ‘ବିଜେପି’ କେତୋଟି ନୂଆ ରେକର୍ଡ ସ୍ଥାପନ କରିବାକୁ ଆଶା କରୁଛି।

ଏଥର ଗୁଜରାଟ ନିର୍ବାଚନରେ ବିଜୟ ହାସଲ କଲେ ଦେଶରେ ‘ବିଜେପି’ ହେବ ନିରବଚ୍ଛିନ୍ନ ଭାବେ ୭ଥର ବିଜୟ ହାସଲ କରିବାରେ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ପରେ ଏକମାତ୍ର ଦଳ। ସୂଚନାଯୋଗ୍ୟ, ୧୯୭୭ରୁ ୨୦୧୧ ଯାଏଁ ୩୪ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କ୍ଷମତାରେ ଥିବା ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ମଧ୍ୟ ଲଗାତାର ୭ଟି ବିଧାନସଭାରେ ବିଜୟ ହାସଲ କରିଥିଲା।

Comments are closed.