ପୁଣି ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ

ଅନ୍ତରୀଣ ଜାମିନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ ଦେଇଥିବା ବକ୍ତବ୍ୟକୁ ନେଇ ସର୍ବୋଚ୍ଚ ଅଦଲାତରେ ପହଞ୍ଚିଛି ତଦନ୍ତକାରୀ ସଂସ୍ଥା।

ସୁପ୍ରିମକୋର୍ଟ ଜାମିନ ଦେବାକୁ ନେଇ ପ୍ରଚାର ସମୟରେ କେଜ୍ରିୱାଲ କହିଥିଲେ, ‘ବ୍ୟବସ୍ଥା ଗାଲକୁ ଚାପୁଡା’, ଯାହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି। ଜୁନ ୨ରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ। ଜାମିନରେ ଆସିବା ପରେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି କେଜ୍ରିୱାଲ। ପ୍ରଚାର ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଆକ୍ଷେପ କରିଛନ୍ତି।

ପ୍ରଚାର ବେଳେ କେଜ୍ରିୱାଲ କହିଥିଲେ, “ମୋତେ ଜାମିନ ମିଳିବା ବ୍ୟବସ୍ଥା ଗାଲକୁ ଚାପୁଡା ଲାଗିବା ଭଳି। ୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ପଦ୍ମ ଚିହ୍ନରେ ଭୋଟ୍ ଦେଲେ ମୋତେ ପୁଣି ଜେଲ୍ ଯିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁ(ଆପର ନିର୍ବାଚନୀ ଚିହ୍ନ)କୁ ଚୟନ କରୁଛନ୍ତି, ତେବେ ମୋତେ ଆଉ ଜେଲ ଯିବାକୁ ପଡ଼ିବନି।”

Comments are closed.