କେଜ୍ରିୱାଲଙ୍କ ବଡ ଅଭିଯୋଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଭାଜପା ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭାଜପା ତାଙ୍କ ଦଳର ୭ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏଏପି ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ଭାଜପା ୨୫ କୋଟି ଟଙ୍କା ଯାଚିଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।

ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇ ଭାଜପା ପୂର୍ବରୁ ୨୧ ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା। ଏବେ ୭ ବିଧାୟକଙ୍କୁ ଟଙ୍କା ଯାଚୁଥିବା କେଜରିଓ୍ବାଲ କହିଛନ୍ତି।

ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଇଡି ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଛି। ହେଲେ ଇଡି ଜାରି କରିଥିବା ସମନ ବେଆଇନ ବୋଲି କେଜ୍ରିୱାଲ ପୂର୍ବରୁ ଅଭିଯୋଗ କରି ଆସିଛନ୍ତି

Comments are closed.