ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍

ନୂଆଦିଲ୍ଲୀ: ଟାଇପ୍-୨ ଡାଇବେଟିସ୍ ରୋଗୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦ କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ସୂତ୍ରରୁ ପ୍ରକାଶ ପାଇଛି। ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିକଟରେ ପ୍ରକାଶିତ କରିଥିବା ବିବୃତି ମିଥ୍ୟା।

ସୂଚନାନୁସାରେ, ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଜଣେ ମଧୁମେହ ରୋଗୀ ବୋଲି ତାଙ୍କ ଦଳ ଆପ୍‌ ପକ୍ଷରୁ କୁହାଯାଇଥିଲା। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ତାଙ୍କୁ ଜେଲ୍‌ରେ ଇନ୍‌ସୁଲିନ୍‌ ଦିଆଯାଉନାହିଁ ଓ ଜେଲ୍‌ ଭିତରେ ମାରିବାର ଷଡ଼ଯନ୍ତ୍ର ଚାଲିଛି ବୋଲି ତ‌ାଙ୍କ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା।

Comments are closed.