କେଜରିୱାଲ୍ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ୍, ସୁପ୍ରିମ୍କୋର୍ଟରେ ସିବିଆଇର ଚାଞ୍ଚଲ୍ୟକର ତଥ୍ୟ
ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟରେ ଚଞ୍ଚଲ୍ୟକର ତଥ୍ୟ ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସୁପ୍ରିମ୍କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଜାମିନ୍ ଆବେଦନ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଜବାବ ଦାଖଲ କରାଯାଇଛି ।
ଯେଉଁଥିରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଜାମିନ୍ ପ୍ରଦାନକୁ ବିରୋଧ କରିଛି । ଜବାବରେ ସିବିଆଇ କହିଛି ଯେ, କେଜରିୱାଲ୍ ଏହି ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ । ଅବକାରୀ ବିଭାଗର ମନ୍ତ୍ରୀ ନହୋଇ ମଧ୍ୟ ସେ ପୁରା ଦୁର୍ନୀତିର ଯୋଜନା କରିଥିବା ସିବିଆଇ କହିଛି ।
Comments are closed.