କଉଡ଼ିଆଙ୍କ ପାଇଁ ୧୭୫ ଶିବିର

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁଲାଇ ୧୪ରୁ ୨୬ଜୁଲାଇ ମଧ୍ୟରେ କାଉଡିଆ ଯାତ୍ରା ଆୟୋଜିତ ହେବ। କାଉଡିଆମାନେ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗଙ୍ଗାଜଳ ଆଣି ନିଜ ଅଞ୍ଚଳର ଶିବ ମନ୍ଦିରରେ ଅର୍ପଣ କରିଥାନ୍ତି। ଏହି ଯାତ୍ରାରେ ଅଧିକାଂଶ କାଉଡିଆ ପାଦରେ ଚାଲିକି ଯାଇଥାନ୍ତି। ତେବେ ଚଳିତ ବର୍ଷ କାଉଡିଆଙ୍କ ସୁବିଧା ପାଇଁ ଦିଲ୍ଲୀ ସରକାର ୧୭୫ଟି ଶିବିର ସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଯେପରି ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାଉଡିଆଙ୍କ ସୁରକ୍ଷା ଓ ଆରାମ ନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସରକାର ୧୭୫ଟି ଶିବିର ଆୟୋଜନ କରିବେଦିଲ୍ଲୀ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତରାଖଣ୍ଡରେ ସିସିଟିଭି, ଡ୍ରୋନ ଓ ୧୦ହଜାର ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି ସୋମବାର ଡିଜିପି ଅଶୋକ କୁମାର କହିଛନ୍ତି।

Comments are closed.