ସପାରେ ଯୋଗଦେଲେ ଶିବଲ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି । ଆଜି ହଠାତ ସେ ଏହି ଘୋଷଣା କରିଛନ୍ତି । ତେବେ ଗତ ୧୬ରେ ସେ କଂଗ୍ରେସରୁ ଇସ୍ତଫା ଦେବାନେଇ ସୂଚନା ଦେଇଛନ୍ତି । କିନ୍ତୁ ଏସମ୍ପର୍କରେ ଗଣମାଧ୍ୟମକୁ କିଛି କୁହାଯାଇନଥିଲା ।
ଶିବଲ ହେଉଛନ୍ତି କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା । ନିକଟରେ ସେମାନେ ଏକ ଗୋଷ୍ଠୀକରି ଗାନ୍ଧୀ ପରିବାର ବିରୋଧରେ ମତମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଗାଏମୋଟ କହିଲେ ଶିବଲ ଦୀର୍ଘଦିନ ଧରି ରାହୁଲ ଗାନ୍ଧୀଙ୍କ ଉପରେ ଅସନ୍ତୁଷ୍ଟ ରହିଥିଲେ । କଂଗ୍ରେସକୁ ସଜାଡ଼ିବା ପାଇଁ ସେହି ଗୋଷ୍ଠୀ ମଝିରେ ମଝିରେ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ସମାଜବାଦୀ ପାର୍ଟିରେ ଯୋଗଦେବା ପରେ କପିଲ ଶିବଲଙ୍କୁ ଦଳ ପୁରସ୍କୃତ କରିଛି ।
Comments are closed.