ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା କଲେ କଙ୍ଗାନ
ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାହାର ଜଣେ ସହଯୋଗୀ ଗୁଲାମ ମହମଦ୍କୁ ଗୁରୁବାର ଉତ୍ତରପ୍ରଦେଶର ଝାନ୍ସୀରେ ଏନକାଉଣ୍ଟର କରାଯାଇଥିଲା । ବିଏସ୍ପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ହତ୍ୟା ମାମଲାର ପ୍ରାୟ ୨ ମାସ ପରେ ଉତ୍ତରପ୍ରଦେଶ ଏସ୍ଟିଏଫ୍ (ସ୍ପେସାଲ ଟାସ୍କଫୋର୍ସ) ଏହି ଏନକାଉଣ୍ଟର କରିଛି। ଉଭୟ ଅସଦ ଏବଂ ଗୁଲାମକୁ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ ଖୋଜୁଥିଲା।
ତେବେ ଏହି ଏନକାଉଣ୍ଟରକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି | ଯୋଗୀ କହିଥିବା “ମାଫିଆଙ୍କୁ ମାଟିରେ ମିଶାଇଦେବୁ”ଉକ୍ତିକୁ କଙ୍ଗନା ପ୍ରଶଂସା କରିଛନ୍ତି। କଙ୍ଗନା ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି |
Comments are closed.