ସତ୍ୟେନ୍ଦ୍ର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ କଲପେଶ୍ ସତ୍ୟେନ୍ଦ୍ର ଜାଭେରୀ । ଏନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରଳାୟ ବିଜ୍ଞପ୍ତି ପ୍ରକାଶ କରିଛି । ଜାଭେରୀ ପୂର୍ବରୁ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ତେବେ ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବିନୀତ ଶରଣଙ୍କର ପଦନ୍ନୋତି ଘଟିଛି, ଯାହାଫଳରେ ସେ ଏବେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇବେ ।
Comments are closed.