ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ଆର୍ଯ୍ୟମାନ ରାଜନୀତିରେ କରିବେ ଏଣ୍ଟ୍ରି

ଗ୍ବାଲିୟର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ଆର୍ଯ୍ୟମାନ ସିନ୍ଧିଆ କହିଛନ୍ତି ତାଙ୍କ ରାଜନୀତିରେ ପ୍ରବେଶ କରିବା ପାଇଁ କବାଟ ବନ୍ଦ ହୋଇନାହିଁ ଏବଂ ସେ ଯେ କୌଣସି ସମୟରେ ରାଜନୀତିକୁ ଆସିପାରନ୍ତି। ଏକ ସାକ୍ଷାତକାରରେ ଆର୍ଯ୍ୟମାନ କହିଛନ୍ତି ଯଦି ସେ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରନ୍ତି ତେବେ ସେ ଦେଶର ରାଜନୀତିରେ ଯୁବ ପିଢ଼ିିର ଝଲକ ଉପସ୍ଥାପନ କରିବାକୁ ଏବଂ ଯୁବପିଢ଼ି ଉପରେ ପ୍ରଭାବ ପକାଇବାକୁ ଚାହିଁବି। ପୂର୍ବରୁ ରାଜନୀତିରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଆର୍ଯ୍ୟମାନ କହିଛନ୍ତି ଯୁବପିଢ଼ି ଉପରେ ଧ୍ୟାନ ଦେଉଥିବା ରାଜନୀତି ମଧ୍ୟ ଆର୍ଥିକ ସଶକ୍ତିକରଣକୁ ଗୁୁରୁତ୍ୱ ପ୍ରଦାନ କରିଥାଏ।

୨୭ ବର୍ଷୀୟ ଆର୍ଯ୍ୟମାନ ଉଦ୍ୟୋଗୀ ଭାବେ ନିଜର କ୍ୟାରିୟର ବିକଳ୍ପ ବାଛିଛନ୍ତି। ସେ କହିଛନ୍ତି ତାଙ୍କ ରାଜନୀତି ମୁଖ୍ୟତଃ ଶିକ୍ଷାଗତ ବିକାଶ ଉପରେ ଧ୍ୟାନ ଦେବ ଏବଂ ତେଣୁ ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ।

ସେ ତାଙ୍କ ପରିବାରର ରାଜନୈତିକ ବଂଶବାଦରୁ ଦୂରେଇ ଯାଇ, ୩ ପିଢ଼ିର ସକ୍ରିୟ ରାଜନୀତି ବଦଳରେ ଷ୍ଟାର୍ଟଅପରେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ଉଦ୍ୟୋଗ ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ଥିଲା।

ଭବିଷ୍ୟତରେ ରାଜନୀତିରେ ଯୋଗଦେବା ବିଷୟରେ ତାଙ୍କର କୌଣସି ଯୋଜନା ଅଛି କି ବୋଲି ପଚରାଯିବାରୁ ସେ କହିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ରାଜନୀତି ପାଇଁ କବାଟ ବନ୍ଦ କରି ନାହାଁନ୍ତି। ଆମେ ଏ ବିଷୟରେ ପରିବାରରେ କଥା ହୋଇଛୁ ଏବଂ ମୁଁ ସର୍ବଦା ବୁଝିଛି କୌଣସି କବାଟ ବନ୍ଦ କରିବା ଉଚିତ ନୁହେଁ। ଭବିଷ୍ୟତରେ ମୁଁ ରାଜନୀତିରେ ପ୍ରବେଶ କରିପାରେ କିନ୍ତୁ ନିଶ୍ଚିତ ଭାବରେ ବର୍ତ୍ତମାନ ସେପରି କିଛି ଯୋଜନା ନାହିଁ ।

Comments are closed.