ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର, ୪ା୧ :ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର ଆଜି ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଉତ୍ସବରେ ଆଇନ ମନ୍ତ୍ରୀ, ବିରେଧୀ ଦଳର ନେତା, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦଶକ ଉପସ୍ଥିତ ଥିଲେ।

ମୁରଲୀଧର ହେଉଛନ୍ତି ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି । ଡିସେମ୍ବର ୧୪ ତାରିଖରେ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ । ଡିସେମ୍ବର ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏସ. ମୁରଲୀଧର ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

ତେବେ ସୁପ୍ରିମକୋର୍ଟ କଲିଜିୟମ୍‌ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ ଜଣ ବିଚାରପତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ବିଜ୍ଞପ୍ତି ୧୬ତାରିଖରେ ପ୍ରକାଶ ପାଇଥିଲା।

Comments are closed.