ବିଚାରପତିମାନେ ନିର୍ବାଚନ ଲଢ଼ନ୍ତି ନାହିଁ,, କିରେନ ରିଜିଜୁ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ମଧ୍ୟରେ ପୁଣିଥରେ ବାଣ ମାରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କରେନ ରିଜିଜୁ। ପୂରା ବିବାଦରେ ମୁଖ୍ୟ ତୁଣ୍ଡ ସାଜିଥିବା ଆଇନମନ୍ତ୍ରୀ ରିଜିଜୁ ଆଜି କହିଛନ୍ତି ଯେ ବିଚାରପତିମାନେ ନିର୍ବାଚନ ଲଢ଼ନ୍ତି ନାହିଁ କିମ୍ବା ଲୋକଙ୍କ ଯାଞ୍ଚର ସମ୍ମୁଖୀନ ହୁଅନ୍ତି ନାହିଁ। ତଥାପି ସେମାନେ ନିଜର କାର୍ଯ୍ୟକଳାପ ଓ ରାୟ ପାଇଁ ଲୋକଙ୍କ ନଜରରେ ରୁହନ୍ତି ବୋଲି ସେ କହିଛନ୍ତି।

ଦିଲ୍ଲୀ ବାର୍‌ ଆସୋସିଏସନର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ରିଜିଜୁ କହିଛନ୍ତି, “ଲୋକମାନେ ଆପଣମାନଙ୍କୁ ଦେଖୁଛନ୍ତି ଓ ବିଚାର କରୁଛନ୍ତି। ଆପଣମାନଙ୍କ ରାୟ, କାର୍ଯ୍ୟ ପ୍ରକ୍ରିୟା ଓ ଆପଣମାନଙ୍କ ନ୍ୟାୟ ଉପରେ ନଜର ରଖୁଛନ୍ତି। ଲୋକମାନେ ଦେଖୁଛନ୍ତି ଓ ଏହାକୁ ତର୍ଜମା କାଛନ୍ତି। ସେମାନେ ମତାମତ ମଧ୍ୟ ଦେଉଛନ୍ତି।” ଏକଥା କହିବା ବେଳେ କର ତାଳିରେ ପୂରା ପରିବେଶ କମ୍ପି ଉଠିଥିଲା।

Comments are closed.