ଗିରଫ ପରେ ଏମିତି କିଛି କହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଜୀବନ ଏକ ବଡ଼ ଯୁଦ୍ଧ । ମୁଁ ପ୍ରତି ମୁହୂର୍ତ୍ତରେ ଲଢ଼ି ଚାଲିଛି। ଜିତିବା, ହାରିବାର ମୂଲ୍ୟ କିଛି ନାହିଁ। ମୋର କାହାକୁ ଭୟ ନାହିଁ। ଏସବୁ ଛୋଟ ଛୋଟ ଘଟଣା ମୋତେ ଦୋହଲାଇ ପାରିବ ନାହିଁ। ଲଢ଼େଇ ଜାରି ରହିବ । ମୁଁ ମୋ ରାଜ୍ୟବାସୀଙ୍କ ହୃଦୟର ଯନ୍ତ୍ରଣାକୁ ଏପରି ବ୍ୟର୍ଥ ହେବାକୁ ଦେବିନି । ମୁଁ କେବେ ବି ନଇଁବି ନାହିଁ, କେବେ ବି ହାର ମାନିବି ନାହିଁ।, ଜୟ ଝାଡ଼ଖଣ୍ଡା।’

ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ଦ୍ୱାରା ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ନିଜ ‘X’ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଲୋକପ୍ରିୟ କବି ଶିବମଙ୍ଗଳ ସିଙ୍ଗ ସୁମନଙ୍କ ଦ୍ୱାରା ରଚିତ କବିତାର କିଛି ଅଂଶ ମଧ୍ୟ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଉପସ୍ଥାପନ କରିବାକୁ ଭୁଲି ନ ଥିଲେ। କଠିନ ପରିସ୍ଥିତିରେ ବି ସେ ଚଟାଣ ପରି ଛିଡ଼ା ହୋଇ ସବୁ ଝଡ଼ଝଞ୍ଜାକୁ ସାମନା କରିବାର ସତସାହସ ତାଙ୍କ ନିକଟରେ ଥିବା ଉଲ୍ଲେଖ କରିଛନ୍ତି ହେମନ୍ତ ସୋରେନ୍‌ ।

ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ତାଙ୍କୁ ମୁଖ୍ୟମନ୍ତ୍ରୀ ନିବାସରେ ଦୀର୍ଘ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିଥିଲା । ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଥିଲା ।

Comments are closed.