କାଶ୍ମୀରକୁ ନେଇ ଏମିତି କହିଲେ ଯଶଓ୍ବନ୍ତ ସିହ୍ନା
ଶ୍ରୀନଗର : ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଶନିବାର ଯଶଓ୍ବନ୍ତ ସିହ୍ନା କହିଛନ୍ତି ଯେ ଯଦି ନିର୍ବାଚିତ ହୁଅନ୍ତି ତେବେ ସେ କଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ।
ସିହ୍ନା କହିଛନ୍ତି ଯେ ନିର୍ବାଚିତ ହେଲେ ମୋର ଅନ୍ୟତମ ପ୍ରାଥମିକତା ହେବ କଶ୍ମୀର ସମସ୍ୟାର ସମାଧାନ, ଶାନ୍ତି, ନ୍ୟାୟ, ଗଣତନ୍ତ୍ର, ସ୍ବାଭାବିକତା, ଜମ୍ମୁ- କଶ୍ମୀର ପ୍ରତି ବିକାଶର ଶତ୍ରୁତାକୁ ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିବା। ୟଶୱନ୍ତ ସିହ୍ନା ଶ୍ରୀନଗରରେ ଏହି ବିବୃତ୍ତି ଦେଇଛନ୍ତି। ୧୮ ଜୁଲାଇରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସିହ୍ନା ଶ୍ରୀନଗରରେ ପହଞ୍ଚିଛନ୍ତି।
Comments are closed.