ରେକର୍ଡ କଲେ ବୁମ୍‌ରା

ବର୍ମିଂହାମ : ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍‌ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ସେ ୬ ବଲ୍‌ରୁ ୩୫ ରନ୍‌ କରି ଇତିହାସ ରଚିଛନ୍ତି। ବୁମ୍‌ରା ୨ ଛକା, ୪ ଚୌକା ମାରି ସେ ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଓଭରରେ ସର୍ବାଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଅପରପକ୍ଷେ ବ୍ରଡ୍‌ଙ୍କ ନାମରେ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ ଯୋଡ଼ି ହୋଇଛି। ସେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରେ ମହଙ୍ଗା ଓଭର ପକାଇଛନ୍ତି।

ଭାରତୀୟ କ୍ରିକେଟର ମହମ୍ମଦ ଶାମି ଆଉଟ୍‌ ହେବା ପରେ ବୁମ୍‌ରା ଖେଳିବାକୁ ଆସିଥିଲେ। ଜାଡେଜାଙ୍କୁ ଖେଳିବାକୁ ଦେବାକୁ ଚାହୁଁଥିଲେ ହେଁ ତାଙ୍କର ମଧ୍ୟ ଉଇକେଟ ଯାଇଥିଲା। ଏଣୁ ସେ ମଙ୍ଗ ସମ୍ଭାଳିବାକୁ ଭାବିଥିଲେ। ଇଂଲଣ୍ଡର ବୋଲର୍‌ଙ୍କ ଉପରେ ଆକ୍ରମଣାତ୍ମକ ଶୈଳୀରେ ସେ ବ୍ୟାଟିଂ କରିଥିଲେ। ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହିବା ସହ ୩୧ ରନ୍‌ କରିଥିଲେ। ଏହା ମଧ୍ୟ ଜଣେ ଡେବ୍ୟୁ ଅଧିନାୟକ ଭାବେ ୧୦ମ ସ୍ଥାନରେ ଖେଳି ସର୍ବାଧିକ ରନ୍‌ କରିବାର ରେକର୍ଡ ହୋଇଛି।

Comments are closed.