ଜନ ଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଯାତ୍ରୀ ଛାନିଆ

ଆଜି ସକାଳୁ ସକାଳୁ ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଜଣା ଯାଇଛି। ତେବେ ଏଥିରେ ବିଶେଷ ଧନଜୀବନ ହାନୀ ହୋଇ ନ ଥିବା ଜଣାଯାଇଛି।

ଜନଶତାବ୍ଦୀ ଏକ୍ସପ୍ରେସରେ ଆଜି ସକାଳେ ଭୁବନେଶ୍ୱର ଷ୍ଟେଶନ ଛାଡ଼ିବା ପରେ କଟକ ଷ୍ଟେଶନରେ ପହଞ୍ଚିଥିଲା। କଟକରେ ପହଞ୍ଚିବା ପରେ ଟ୍ରେନ୍‌ର ବ୍ରେକ୍‌ ଜାମ ହୋଇ ଯାଇଥିବା ବେଳେ ଏକ ବଗି ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

ଏହି ଖବର ପ୍ରଚାରିତ ହେବା ପରେ ଟ୍ରେନ୍‌ର ସସମ୍ତ ବଗିରୁ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ତୁରନ୍ତ ନିଆଁ ଲିଭାଇଥିଲେ।

ଏଥିସହ ଫାୟାର ସେଫ୍ଟି ଟିମ୍‌ ଟ୍ରେନ୍‌କୁ ଭଲ ଭାବେ ଯାଞ୍ଚ କରୁଥିବା ଜଣାଯାଇଛି। ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲୱେ କର୍ତ୍ତୃପକ୍ଷଙ୍କ

Comments are closed.