ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ଭିଏନା: ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଡିସେମ୍ବର ୨୯ ତାରିଖରୁ ଜୟଶଙ୍କର ବିଦେଶ ଗସ୍ତରେ ଅଛନ୍ତି। ସାଇପ୍ରସ୍‌ ଏବଂ ଅଷ୍ଟ୍ରିଆ ଗସ୍ତରେ ଥିବା ଜୟଶଙ୍କର ସୋମବାର ଦିନ ଅଷ୍ଟ୍ରିଆର ଏକ ଲୋକପ୍ରିୟ ଟିଭି ସୋ’ରେ ସାକ୍ଷାତକାର ଦେବା ସମୟରେ ପାକିସ୍ତାନକୁ ‘ ଆତଙ୍କବାଦର ପେଣ୍ଠସ୍ଥଳ’ କହିଥିଲେ।

ଜୟଶଙ୍କର କହିଥିଲେ, ସୀମାପାର ଆତଙ୍କବାଦର ପ୍ରଚାର ପ୍ରସାର ଦିଗରେ ଭୂମିକା ପାଇଁ ମୁଁ ଭାରତର ପଡ଼ୋଶୀ ରାଷ୍ଟ୍ର ବିରୋଧରେ ଆହୁରି ଅଧିକ ଜଟିଳ ଶବ୍ଦ ବ୍ୟବହାର କରିପାରିବି। ତେବେ ପାକିସ୍ତାନ ଦୀର୍ଘ ଦଶନ୍ଧି ଧରି ଯେଉଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି ୟୁରୋପ ତା’କୁ ନିନ୍ଦା କରିନଥିବା ଏବଂ ତା’ର ବିରୋଧ କରିନଥିବାରୁ ଜୟଶଙ୍କର ୟୁରୋପ୍‌କୁ କଡ଼ା ସମାଲୋଚନା କରିଛନ୍ତି। ସାକ୍ଷାତକାର ସମୟରେ ଟିଭି ଚ୍ୟାନେଲ୍‌ର ଆଙ୍କର ପାକିସ୍ତାନ ପାଇଁ ‘ଅଣ କୂଟନୈତିକ’ ଶବ୍ଦ ବ୍ୟବହାର ସଂକ୍ରାନ୍ତରେ ଜୟଶଙ୍କରଙ୍କୁ ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ଜୟଶଙ୍କର କହିଥିଲେ, ‘ତୁମେ ଜଣେ କୂଟନୀତିଜ୍ଞ ହେବା ଅର୍ଥ ନୁହେଁ ଯେ ତୁମେ ଅସତ୍ୟ। ପାକ୍‌ ବିରୋଧରେ ମୁଁ ଆହୁରି ଅଧିକ ଜଟିଳ ଶବ୍ଦ ବ୍ୟବହାର କରିପାରିବି ବୋଲି ସେ କହିଥିଲେ।

Comments are closed.