ଦୁଷ୍କର୍ମକାରୀଙ୍କୁ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା : ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଝାରସୁଗୁଡ଼ା ଅତିରିକ୍ତ ଜିଲା ସେସନ୍‌ ଜର୍ଜ ମଦନଲାଲ ଖେଡିଆ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଝାରସୁଗୁଡ଼ା ସରବାହାଲ ହରିଜନପଡ଼ାର ରିଙ୍କୁ ମଗର(୨୭)। କୋର୍ଟ ରାୟରେ ୩୬୬ ଦଫାରେ ଅଭିଯୁକ୍ତଙ୍କୁ ୪ ବର୍ଷ ଦଣ୍ଡିତ କରିବା ସହ ୨ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୧ମାସ କାରାଦଣ୍ଡ ନିର୍ଦ୍ଦେଶ ରହିଛି। ଏହିପରି ଦଫା ୩୭୬(୨)(୧)ରେ ୧୨ ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୩ ମାସ କାରାଦଣ୍ଡରେ ରହିବେ ବୋଲି ରାୟ ପ୍ରକାଶ ପାଇଛି। ଏହି ମାମଲାରେ ୧୫ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ପୀଡିତାଙ୍କ ପକ୍ଷରୁ ସରକାରୀ ଓକିଲ ପୃଥୀରାଜ ସିହଂଦେଓ ଏହି ମାମଲାର ପରିଚାଳନା କରୁଥିଲେ।

Comments are closed.