ନ୍ୟାୟ ମାଗୁଛନ୍ତି ଜଗନ୍ନାଥ ପ୍ରେମୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି ଚିଠି। ବିରୋଧୀ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏହା ପ୍ରଥମ ଚିଠି। ଏହି ଚିଠିରେ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ଉଲ୍ଲେଖ କରିଛନ୍ତି। ନବୀନ ଲେଖିଛନ୍ତି

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ

ପହଣ୍ଡି ବେଳେ ଏଭଳି ଅଘଟଣ, କେବେ ହୋଇନଥିଲା

କିଛି ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଦୁଃଖକୁ ଦ୍ବିଗୁଣିତ କରିଛି

ଏଭଳି ଅଘଟଣ ଆଉ ଥରେ ନଘଟୁ

ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଅନୁରୋଧ

ନବୀନଙ୍କ ଏପରି ଚିଠି ପରେ ସରକାରଙ୍କୁ ଘେରିଛି ବିଜେଡି। ପହଣ୍ଡି ବେଳେ ବଡ଼ ଠାକୁର ଖସି ପଡ଼ିବା ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ଅମର ଶତପଥୀ।

ମହାପ୍ରଭୁ ବଳଭଦ୍ରଙ୍କୁ ପକାଇଦେବା ଘଟଣାରେ ଉଦବେଗ ପ୍ରକାଶ କରିଛି ଭୁବନେଶ୍ୱର ଓକିଲ ସଂଘ। ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାର କାରଣ ଖୋଜିବା ଆରମ୍ଭ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତିନି ଜଣିଆ କମିଟି ଏହି ମହାବିଭ୍ରାଟ ଘଟଣାର ତଦନ୍ତ କରିବ। କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ରହିଛନ୍ତି। ହେଲେ ଏବେ ତଦନ୍ତ କମିଟିକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ତଦନ୍ତ କମିଟିକୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ପହଣ୍ଡି ବେଳେ ମତ୍ରାଧିକ ସେବାୟତ ଉଠିବା ବେଳେ ଆଖି ବୁଜି ଦେଇଥିଲେ ଅଧିକାରୀ। ଏବେ ସେମାନେ କିପରି ତଦନ୍ତ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।

 

ନ୍ୟାୟ ମାଗୁଛନ୍ତି ଜଗନ୍ନାଥପ୍ରେମୀ

– ଚାରମାଳ ଉପରେ ବଡ଼ଠାକୁର ପଡ଼ିଯିବା ଘଟଣାରେ ଭକ୍ତ ମହଲରେ ଅସନ୍ତୋଷ

– ତଦନ୍ତ କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ

– କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ଜଗନ୍ନାଥପ୍ରେମୀ

– ତଦନ୍ତର ସ୍ବଚ୍ଛତାକୁ ନେଇ ବି ଉଠିଲା ପ୍ରଶ୍ନ

– ପହଣ୍ଡି ବେଳେ ମାତ୍ରାଧିକ ସେବାୟତ ଉଠିବା ବେଳେ ଆଖି ବୁଜି ଦେଇଥିଲେ ଅଧିକାରୀ

Comments are closed.