ଆଗକୁ ଆହୁରି ବଢିବ ତାତି

ଏଥର ପ୍ରବଳ ତାତି ଅନୁଭୂତ ହେବ। ଆଗକୁ ତାତି ବଢ଼ିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମାଲକାନଗିରିରେ ଶୁକ୍ରବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା । ସେହିପରି ଟିଟିଲାଗଡ଼ ଭବାନୀପାଟଣା, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ ଡିଗ୍ରୀ ଉପରେ ରହିଛି ।

ଶନିବାର ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ। ୨୪ରେ ଆଭ୍ୟନ୍ତରୀଣ ଓ ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଓ ୩୭ଡିଗ୍ରୀ ଉପରେ ରହିପାରେ । ୨୫ରେ ମାଲକାନଗିରି ଓ ଟିଟିଲାଗଡ଼ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Comments are closed.