ଆଜି ଇସ୍ରୋର ସୂର୍ଯ୍ୟ ମିଶନ

ଆଜି ଆଉ ଏକ ସଫଳତା ଦିଗରେ ପାଦ ବଢାଇବ ଇସ୍ରୋ। ଚନ୍ଦ୍ରମା ଉପରେ ଅନୁଧ୍ୟାନ ପରେ ପ୍ରଥମ କରି ସୂର୍ଯ୍ୟଙ୍କ ରହସ୍ୟ ଭେଦିବ। ଏ ଦିଗରେ ଆଜି ହେବ ଭୂମି ପୂଜନ। ଅର୍ଥାତ୍ ଆଜି ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଏହି ମିଶନର ଉତକ୍ଷେପଣ କରାଯିବ। ରକେଟ PSLV-C57 ମାଧ୍ୟମରେ ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ପୂର୍ବାହ୍ନ ପ୍ରାୟ 11ଟା 50 ମିନିଟ୍ ସମୟରେ ଲଞ୍ଚିଂ ନେଇ ସମୟ ଧାର୍ଯ୍ୟ କରାଯାଇଛି।  ମିଶନ

ଆଜି ଉତକ୍ଷେପଣ ହେଲେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ହାସଲ ପାଇଁ ଇସ୍ରକୁ ଲାଗିଯିବ ଚାରି ମାସ। ଆସନ୍ତା 127 ଦିନ ପରେ ମହାକାଶର ଏଲୱାନ୍ ପଏଣ୍ଟ ବା ଲାଗ୍ରାଞ୍ଜ ପଏଣ୍ଟ-ୱାନରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଏହି ମିଶନ୍ ସମ୍ପୂର୍ଣ୍ଣ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ହୋଇ ଥିବାବେଳେ ଏହା ମାତ୍ର 15 ଲକ୍ଷ୍ୟ ଦୂରରେ ରହି ଅନୁସନ୍ଧାନ କରିବ। ଆସନ୍ତା ବର୍ଷ ଜାନୁଆରୀରେ ଆଦିତ୍ୟ-ଏଲୱାନ୍ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ଆଶା ରଖିଛି ଇସ୍ରୋ।

Comments are closed.