ପାକିସ୍ତାନ ସୀମାରେ ଇରାନର ସର୍ଜିକାଲ ଷ୍ଟ୍ରାଇକ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଇରାନର ବଡ଼ ଜବାବ । ଏୟାର ଷ୍ଟ୍ରାଇକ୍ ପରେ ଏବେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ପାକିସ୍ତାନ ମାଟିରେ ପଶି ଜୈଶ-ଅଲ-ଅଦଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଇସ୍ମାଇଲ୍ ଶାହବକ୍ସ ଓ ତାର କିଛି ସହଯୋଗୀଙ୍କୁୁ ନିପାତ କରିଛନ୍ତି ଇରାନର ସ୍ୱତନ୍ତ୍ର ଫୋର୍ସ । ଏନେଇ ଇରାନର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଜୈଶ-ଅଲ-ଅଦଲ ସଂଗଠନ ୨୦୧୨ ମସିହାରେ ଗଠନ ହୋଇଥବା ବେଳେ ଏହା ଇରାନର ଦକ୍ଷିଣ ପୂର୍ବ ସିସ୍ତାନ-ବାଲୁଚିସ୍ତାନରେ ସକ୍ରିୟ ରହିଛି । ଏହାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଇରାନ । ଗତ କିଛି ବର୍ଷ ମଧ୍ୟରେ ଏହି ସଂଗଠନ ପକ୍ଷରୁ ଇରାନର ସୈନ୍ୟ ବଳ ଉପରେ ଅନେକ ଥର ଆକ୍ରମଣ କରାଯାଇଛି । ଗତମାସରେ ପାକିସ୍ତାନର ବାଲୁଚିସ୍ତାନ ଅଂଚଳରେ ଏହି ଆତଙ୍କବାଦୀ ସଂଗଠନର ଠିକଣାରେ ଏୟାର ଷ୍ଟ୍ରାଇକ କରିଥିଲା ଇରାନ । ଯାହାର ଜବାବ ଦେଇ ପାକିସ୍ତାନ ମଧ୍ୟ ଇରାନ ଉପରେ ବିମାନ ଆକ୍ରମଣ କରିଥିଲା । ଏବେ ଇରାନ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ବେଳେ ପାକିସ୍ତାନ କଣ ପଦକ୍ଷେପ ନେଉଛି ତାହା ଉପରେ ରହିଛି ନଜର ।

Comments are closed.