ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି। ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି।

କେବଳ ସେତିକି ନୁହେଁ ଆଜରବୈଜାନ ରାଜ୍ୟପାଳ ମଲିକ ରହମତି, ଧର୍ମଗୁରୁ ଅୟାତୁଲ୍ଲା ଅଲ ହାସିମ୍‌, ପାଇଲଟ, କୋ-ପାଇଲଟ୍‌, କ୍ରୁ ଚିଫ୍‌, ସିକ୍ୟୁରିଟି ହେଡ୍‌ ଓ ବଡିଗାର୍ଡ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ରଇସିଙ୍କ ହେଲିକପ୍ଟର୍‌ରେ ମୋଟ ୯ ଜଣ ବ୍ୟକ୍ତି ଥିବା କୁହାଯାଉଛି।

Comments are closed.