ଦୁବାଇରେ ହେବ ଆଇପିଏଲ ନିଲାମ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ ୩୩୩ ଖେଳାଳିଙ୍କ ନାମ ତାଲିକାରେ ରଖାଯାଇଛି। କିନ୍ତୁ ଏଥିମଧ୍ୟରୁ କେବଳ ୭୭ ଖେଳାଳି କିଣାଯାଇପାରିବ।

ଦଳଗୁଡିକ ଏହି ୭୭ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ। ଦର୍ଶକମାନେ ମାଗଣାରେ ଆଇପିଏଲର ଏହି ମିନି ନିଲାମକୁ ଅନଲାଇନରେ ଦେଖିପାରିବେ।

Comments are closed.