ମହିଳା କୋଷ୍ଟଗାର୍ଡ ନିଯୁକ୍ତି ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ଭାରତୀୟ ସେନାରେ ମହିଳାମାନଙ୍କୁ ସ୍ଥାୟୀ ଆୟୋଗ (Permanent Commission To Woman) ଭାବରେ ମହିଳା ଅଧିକାରୀ ନିଯୁକ୍ତି ପାଇଁ ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ମହିଳା କୋଷ୍ଟଗାର୍ଡ ନିଯୁକ୍ତି କଥା ମୁଣ୍ଡ ଟେକିଛି। ଭାରତୀୟ ସେନାରେ ମହିଳା ଅଧିକାରୀ ନିଯୁକ୍ତି ବିଚାର ଚାଲିଥିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, କୋଷ୍ଟଗାର୍ଡରେ ମଧ୍ୟ ମହିଳାମାନଙ୍କ ନିଯୁକ୍ତି ହେଉ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ତଟରକ୍ଷୀ ବାହିନୀ ପ୍ରତି ଆପଣଙ୍କର ଏପରି ଉଦାସୀନ ମନୋଭାବ କାହିଁକି? ତଟରକ୍ଷୀ ବାହିନୀରେ କାହିଁକି ମହିଳାମାନଙ୍କୁ ଚାହୁଁନାହାଁନ୍ତି?”

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ଯଦି ମହିଳାମାନେ ସୀମା ସୁରକ୍ଷା କରିପାରିବେ, ତେବେ ସେମାନେ ଉପକୂଳର ସୁରକ୍ଷା ମଧ୍ୟ କରିପାରିବେ। ଆପଣ ‘ମହିଳା ସଶକ୍ତିକରଣ’ କଥା କହୁଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ (କୋଷ୍ଟଗାର୍ଡ)ରେ ମଧ୍ୟ କାର୍ଯ୍ୟକାରୀ କରିଦେଖାନ୍ତୁ।”

ପ୍ରିୟଙ୍କା ତ୍ୟାଗୀ, ଯିଏକି କୋଷ୍ଟଗାର୍ଡର ପ୍ରଥମ ଅଲ୍-ୱମେନ୍ କ୍ରୁର ସଦସ୍ୟ ଥିଲେ, ସେ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି। ସେ ଭାରତୀୟ ସେନାରେ ପୁରୁଷମାନେ ଯେପରି ସ୍ଥାୟୀ ଆୟୋଗ ଭାବେ ନିଯୁକ୍ତ ହେଉଛନ୍ତି ମହିଳାମାନଙ୍କୁ ମଧ୍ୟ ସ୍ଥାୟୀ ଆୟୋଗ (Permanent Commissioner) ଭାବେ ନିଯୁକ୍ତ କରାଯାଉ ବୋଲି ଆବେଦନ କରିଛନ୍ତି।

Comments are closed.