ଆମେରିକାରେ ଭାରତୀୟଙ୍କୁ ଗୁଳି କରି ହତ୍ୟା

ଶେଫିଲ୍ଡ ପୋଲିସ୍ ମୁଖ୍ୟ ରିକି ଟେରିଙ୍କ ଅନୁଯାୟୀ ଭାରତୀୟ ମୂଳର ରାଜୀବଭାଇ ପଟେଲଙ୍କୁ ଗୁଳିକରି ମାରିବା ଅଭିଯୋଗରେ ୩୪ ବର୍ଷିୟ ୱିଲିୟମ୍ ଜେରେମି ମୋର୍ ଙ୍କୁ ଗିରଫ କରାଯାଇଛି । କର୍ତ୍ତୃପକ୍ଷ କହିଛନ୍ତି ଯେ ମୋର୍ ଏକ କୋଠରୀ ଭଡା ନେବାକୁ ମୋଟେଲକୁ ଆସିଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଆମେରିକାର ଆଲାବାମାରେ ଥିବା ଏକ ମୋଟେଲ ରୁମ ଭଡାକୁ ନେଇ ବିବାଦ ପରେ ଜଣେ ୭୬ ବର୍ଷୀୟ ଭାରତୀୟ ମୂଳ ମୋଟେଲ ମାଲିକଙ୍କ ଉପରେ ଜଣେ ଗ୍ରାହକ ଗୁଳି ଚଳାଇଥିଲେ । ଗତ ସପ୍ତାହରେ ଶେଫିଲ୍ଡର ହିଲ୍କ୍ରିଷ୍ଟ ମୋଟେଲର ମାଲିକ ପ୍ରବୀଣ ରାଜୀବଭାଇ ପଟେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଶେଫିଲ୍ଡ ପୋଲିସ୍ ମୁଖ୍ୟ ରିକି ଟେରିଙ୍କ ଅନୁଯାୟୀ, ପଟେଲଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ୩୪ ବର୍ଷିୟ ୱିଲିୟମ୍ ଜେରେମି ମୋର୍ଙ୍କୁ ଗିରଫ କରାଯାଇଥିଲା ।

Comments are closed.