ବିଜୟ ପଥରେ ଭାରତୀୟ ଟିମ୍
ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ରେ ଗର୍ଜିଛି ଟିମ ଇଣ୍ତିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ। ରୋହିତଙ୍କ ରେକର୍ଡ ୧୩୧ ରନର ଇନିଂସ ବଳରେ ଭାରତୀୟ ଟିମ ଆଜି ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ଭାରତୀୟ ଟିମ ୨ ୱିକେଟ ହରାଇ ୯୦ ବଲ୍ ପୂର୍ବରୁ ହାସଲ କରି ନେଇଛି। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ ପୂର୍ବ ଭଳି ପ୍ରଥମ ସ୍ଥାନରେ ରହିଛି।
ଆଜିର ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୫୫ ରନର ଇନିଂସ ଖେଳିଛନ୍ତି। ବିରାଟ ଆଜି ତାଙ୍କ କ୍ୟାରିୟରର ୬୮ତମ ଅର୍ଦ୍ଧଶତକ ହାସଲ କରିଥିଲେ
ସେ ୫୫ ବଲରେ ଆଜି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ବିଶ୍ୱକପରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଭାରତକୁ ଜିତିବା ପାଇଁ ୪ ରନର ଆବଶ୍ୟକ ଥିବା ବେଳେ ବିରାଟ ଚୌକା ମାରି ମ୍ୟାଚ ଶେଷ କରିଛନ୍ତି। ତେବେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
ଚଳିତ ବିଶ୍ୱକପରେ ଏହା ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଥିଲା। ଏବେ ଭାରତୀୟ ଟିମ ଶନିବାର ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
Comments are closed.