ଆମେରିକାରେ ବନ୍ଧକ ଥିବା ଭାରତୀୟ ଛାତ୍ର ଉଦ୍ଧାର

ପୁଣି ଥରେ ଆମେରିକାରେ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ୩ ଜଣ ଅପହରଣ କରିନେବା ସହ ପ୍ରାୟ ୭ ମାସ ହେବ ବନ୍ଧକ କରି ରଖିଥିଲେ। ସେମାନେ ଉକ୍ତ ଛାତ୍ରଙ୍କୁ ନିର୍ଧୂମ ପିଟୁଥିବା ବେଳେ ପ୍ରବଳ ମାଡ଼ ମାରୁଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାଡ଼ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ତାଙ୍କ ସମ୍ପର୍କୀୟ ଥିବା ଜଣାଯାଇଛି।

ଭାରତୀୟ ଛାତ୍ରଜଣକ ଉଚ୍ଚତର ଶିକ୍ଷା ନିମନ୍ତେ ଗତ ବର୍ଷ ଆମେରିକାକୁ ଯାଇଥିଲେ। ତାଙ୍କ ପରିଚୟ ଗୋପନ ରଖାଯାଇଛି। ସେଠାରୁ ଗତ ଏପ୍ରିଲ ମାସରେ ସମ୍ପର୍କୀୟ ଭେଙ୍କେଟଶ ଆର ସତ୍ତାରୁ ତାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ବନ୍ଧକ ରଖିବା ସହ ନିଜ ଆଇଟି କମ୍ପାନୀ ପାଇଁ ପ୍ରବଳ କାମ କରାଉଥିଲେ। ଏଥିସହ ତାଙ୍କର ଆଉ ଦୁଇ ସାଙ୍ଗଙ୍କ ପାଇଁ ବି ସେ ଛାତ୍ରଙ୍କ ଦ୍ୱାରା କାମ କରାଉଥିଲେ।

Comments are closed.