ସୀମାରେ ଭାରତୀୟ ବାୟୁସେନା ବିମାନ
ନୂଆଦିଲ୍ଲୀ: ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ କ୍ର୍ୟୁମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟାସଗତ ଉଡ଼ାଣ କରିଥିଲା।
ତେବେ ନିକଟରେ ତୱାଙ୍ଗରେ ଦୁଇ ଦେଶ ମଧ୍ୟରେ ଘଟିଥିବା ସଂଘର୍ଷ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି। ଉଭୟ ଗୁରୁବାରର ଏବଂ ଶୁକ୍ରବାର ଦୁଇଦିନ ଧରି ଏହି ତାଲମି କାର୍ଯ୍ୟକ୍ରମ ହୋଇଥିବା ଭାରତ ପକ୍ଷରୁ କୁହାଯାଇଛି। କିନ୍ତୁ ଗତ କିଛି ଦିନ ହେଲା ବାୟୁସେନା ପକ୍ଷରୁ ଫାଇଟର ଜେଟ ଗୁଡ଼ିକ ଦିନକୁ ଦୁଇଥର ଚକ୍କର କାଟୁଥିବା ଜଣାପଡ଼ିଛି। ତେବେ ତୱାଙ୍ଗରେ ସୀମାରେ ଘଟିଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ଏହି କାର୍ଯ୍ୟକ୍ରମର କୌଣସି ସମ୍ପର୍କ ନାହିଁ ବୋଲି ଭାରତୀୟ ବାୟୁ ସେନା ପକ୍ଷରୁ କୁହାଯାଇଛି। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚାଇନାର ବାୟୁସେନାର ଯୁଦ୍ଧ ଜାହାଜ ଚକ୍କର କାଟିବା ପରେ ଭାରତ ପକ୍ଷରୁ ସମାନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି।
Comments are closed.