ଏସିଆ କ୍ରୀଡ଼ାରେ ପୁଣି ସ୍ଵର୍ଣ୍ଣ ପଦକ ହାସଲ କଲା ଭାରତ

ଏସିଆନ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ। ପୁରୁଷ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ବିଜୟ। ଅଜୁର୍ନ ଚିମା, ସରବଜୋତ ସିଂ, ଶିବ ନରୱାଲ ସ୍ୱର୍ଣ୍ଣ ଜିତିଛନ୍ତି। ସଦ୍ୟତମ ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା 6କୁ ବୃଦ୍ଧି ପାଇଛି ।

ସେପଟେ ‘ଉସୁ’ରେ ଭାରତକୁ ମିଳିଛି ରୌପ୍ୟ ପଦକ। ରୋସିବିନା ଦେବୀ ନାଓରରେମ ଆଜି ରୌପ୍ୟ ଜିତିଛନ୍ତି। ନର ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ପଦକ ସଂଖ୍ୟା 24ରେ ପହଁଞ୍ଚିଛି। ଏଥିରେ 6 ସ୍ୱର୍ଣ୍ଣ, 8 ରୌପ୍ୟ ଏବଂ 10 ବ୍ରୋଞ୍ଜ ପଦକ ରହିଛି।

ଗତକାଲି ମହିଳା ସୁଟିଂ ଏବଂ ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତ ସୂର୍ଣ୍ଣ ଜିତିଥିଲା। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସିଫ୍ତ କୌର ସାମ୍ରା। ସ୍ୱର୍ଣ୍ଣ ଜିତିଥିବା ବେଳେ ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍।

Comments are closed.