ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଆଉ ଦିନକ ପରେ କ୍ରିକେଟ ବିଶ୍ୱକପ । ଏହା ପୂର୍ବରୁ ଆଜି ଭାରତର ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ ରହିଛି । ଏହି କ୍ରମରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ । ଏଥିପାଇଁ ଭାରତୀୟ ଦଳ କେରଳରେ ପହିଂଚି ସାରିଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ବିରତି ନେବାକୁ ଚାହିଁଛନ୍ତି । ରିପୋର୍ଟ ଅନୁଯାୟୀ, କୋହଲି ଗୁଆହାଟୀରୁ ସିଧାସଳଖ ଘରକୁ ଫେରିଯାଇଛନ୍ତି । ବ୍ୟକ୍ତିଗତ ଜରୁରିକାଳୀନ କାମ ଥିବାରୁ ସେ ଘରକୁ ଫେରିଛନ୍ତି । କିନ୍ତୁ ଦ୍ୱିତୀୟ ୱାର୍ମ ଅପ୍ ପୂର୍ବରୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବା ସମ୍ଭାବନା ବହୁତ୍ କମ୍ ରହିଛି । ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ୍ ଧୋଇ ହୋଇଯାଇଥିଲା । ପରେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ ମ୍ୟାଚ୍ ୨୩ ଓଭର ବିଶିଷ୍ଟ କରାଯାଇଥିଲେ ମଧ୍ୟ ଦ୍ୱିତୀୟ ପାଳିର ୧୫ ଓଭର ପରେ ଖେଳିବା ସମ୍ଭବ ହୋଇନଥିଲା ।

Comments are closed.