ଇଣ୍ଡିଆ ମେଣ୍ଟର ନୂଆଁ ଲୋଗ୍

ନୂଆଦିଲ୍ଲୀ : ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବୈଠକ ପୂର୍ବରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏହାର ଲୋଗୋ ପ୍ରସ୍ତୁତ କରିଛି। ଜାତୀୟ ପତାକାର ତିନୋଟି ରଙ୍ଗ ବ୍ୟତୀତ, ଲୋଗୋରେ ନୀଳ ରଙ୍ଗ ବ୍ୟବହାର କରାଯିବ। ତିନି ଦିନିଆ ବୈଠକର ପ୍ରଥମ ଦିନ ଅଗଷ୍ଟ ୩୧ରେ ଏହି ଲୋଗୋ ପ୍ରକାଶ ପାଇବ। ଏହି ବୈଠକରେ ଆସନ ସୂତ୍ର ସ୍ଥିର କରିବାକୁ ୧୧ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରାଯିବ।

ଜେଡିୟୁ ସୂତ୍ର ଅନୁଯାୟୀ, ମିଳିତ ମେଣ୍ଟ ପାଇଁ ୧୦ଟି ଲୋଗୋ ପ୍ରସ୍ତୁତ କରାଯାଇଥିଲା। ସମସ୍ତ ସହକର୍ମୀମାନେ ଏହି ଲୋଗୋଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ ସହମତ ହୋଇଛନ୍ତି। ଲୋକଙ୍କ ପାଖରେ ଭାରତର ପ୍ରଥମ ଦୁଇଟି ଅକ୍ଷର (ଆଇ ଏବଂଏନ୍‌) ସାଫ୍ରନ, ମଧ୍ୟଭାଗ (ଡି) ଧଳା ଏବଂ ନୀଳ ଏବଂ ଶେଷ ଦୁଇଟି ଅକ୍ଷର (ଆଇଏବଂ ଏ) ସବୁଜ ରଙ୍ଗରେ ରହିବ। ବୈକରେ ଆଲୋଚନା ପାଇଁ ୬ଟି ପଏଣ୍ଟ ଏଜେଣ୍ଡା ରଖାଯିବ।

ତିନି ଦିନିଆ ବୈଠକରେ ଏକ ୧୧ ଜଣିଆ କମିଟି ଗଠନ ହୋଇ ମିଳିତ ମେଣ୍ଟ ସହ ଆଲୋଚନା ହେବ। ଏହି କମିଟିରେ କଂଗ୍ରେସ, ଜେଡିୟୁ, ସମାଜବାଦି ପାର୍ଟି, ଶିବସେନା (ଉଦ୍ଧବ), ସିପିଆଇ (ଏମ), ଏନସିପି, ଡିଏମକେ, ଆରଜେଡି, ଜେଏମଏମ ଭଳି ୧୧ଟି ଦଳର ପ୍ରତିନିଧୀ ଯୋଗଦେବେ। ଆସନ ବାଣ୍ଟିବା ସୂତ୍ର ପରାମର୍ଶ ଦେବା ବ୍ୟତୀତ ଏହି କମିଟି ମିଳିତ ମେଣ୍ଟର ଲୋକ ସଭା ନିର୍ବାଚନ ପ୍ରଚାର ପ୍ରସଙ୍ଗରେ ନିଷ୍ପତ୍ତି ନେବ।

Comments are closed.