ଆଇଏସ୍ଆଇଏସ୍ ଟାର୍ଗେଟ୍ରେ ଭାରତର ନେତା
ଆଇଏସ୍ଆଇଏସ୍ ଟାର୍ଗେଟ୍ରେ ଭାରତର ଜଣେ ବଡ଼ ନେତା। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି ରୁଷ୍। ରୁଷ୍ର ସୁରକ୍ଷା ଏଜେନ୍ସି ସୋମବାର ଏହି ସୂଚନା ଦେଇ କହିଛି କି, ଏହାର ଅଧିକାରୀମାନେ ଜଣେ ଆତ୍ମଘାତୀ ବିସ୍ଫୋରକଙ୍କୁ ଗିରଫ କରିଛନ୍ତି, ଯିଏକି ଭାରତର ଜଣେ ଶାସକ ଦଳର ବରିଷ୍ଠ ନେତାଙ୍କ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲା।
ରୁଷ୍ର ଫେଡେରାଲ ସିକ୍ୟୁରିଟି ସର୍ଭିସ୍ (FSB) ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରି ତାଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ମୂଳତଃ ମଧ୍ୟ ଏସିଆ ଅଞ୍ଚଳର ବୋଲି ରୁଷ୍ ଜଣାଇଛି।
ସୂଚନାଥାଉ କି, ଆଇଏସ୍ଆଇଏସ୍ ଏବଂ ଏହାର ସମସ୍ତ ସହଯୋଗୀ ସଙ୍ଗଠନକୁ ଭାରତ ଦ୍ୱାରା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (UAPA), ୧୯୬୭ ଅଧୀନରେ ଆତଙ୍କବାଦୀ ସଙ୍ଗଠନ ଘୋଷିତ କରାଯାଇଛି। ଗୃହ ମନ୍ତ୍ରାଳୟ ମୁତାବକ, ଆଇଏସ୍ଆଇଏସ୍ ଇଣ୍ଟରନେଟ୍ରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରୟୋଗ କରି ନିଜର ବିଚାରଧାରା ବିସ୍ତାର କରିଥାଏ।
Comments are closed.