ଅସ୍ତ୍ରବିରତି ସପକ୍ଷରେ ଭାରତ

ଜାତିସଂଘ: ଲାଗିଥିବା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଓ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନିମନ୍ତେ ମାନବୀୟ ଦୃଷ୍ଟିକୋଣରୁ ତୁରନ୍ତ ଅସ୍ତ୍ରବିରତି ଦାବି କରି ଜାତିସଂଘ ମହାସଭାରେ ଆଗତ ଚିଠା ପ୍ରସ୍ତାବନା ସପକ୍ଷରେ ମଙ୍ଗଳବାର ଦିନ ଭାରତ ଭୋଟ୍‌ ଦେଇଛି।

ଆଲ୍‌ଜେରିଆ, ବାହାରିନ୍‌, ଇରାକ୍‌, କୁଏତ୍‌, ଓମାନ୍, କତର୍‌, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ଓ ପାଲେଷ୍ଟାଇନ୍‌ ଆଦି କେତେକ ଦେଶ ସମେତ ଅନ୍ୟାନ୍ୟ ଅନେକ ଦେଶ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଦାବି କରି ଉକ୍ତ ପ୍ରସ୍ତାବନା ଆଗତ କରିଥିଲେ।

ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ, ଫ୍ରାନ୍‌ସ୍‌, ଚୀନ୍‌ ଓ ରୁଷ୍‌ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବନା ସପକ୍ଷରେ ଭୋଟ୍‌ ଦେଇଥିଲେ।

ସେହିପରି, ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍‌ ସମେତ ୧୦ଟି ଦେଶ ଏହି ପ୍ରସ୍ତାବନା ବିପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଆର୍ଜେଣ୍ଟିନା, ୟୁକ୍ରେନ୍‌ ଓ ଜର୍ମାନି ଆଦି ୨୩ଟି ଦେଶ ଭୋଟ୍‌ଦାନରୁ ବିରତ ଥିଲେ।

Comments are closed.