ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ କୁନି ବାଳକ ଆଶିଷ କୁମାର ରଣସିଂହ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର କୁନି ବାଳକ (୫ ବର୍ଷ) ଆଶିଷ କୁମାର ରଣସିଂହଙ୍କୁ ଏକ ବଡ ସଫଳତା ମିଳିଛି। ନିଜ ଦକ୍ଷତା ବଳରେ ଆଶିଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।

ପ୍ରସନ୍ନ କୁମାର ରଣସିଂହ ଓ ଗୀତାଞ୍ଜଳିଙ୍କ ପୁଅ ଆଶିଷ ୧୧ ସେକେଣ୍ଡରେ ୩୦ ଜିଲ୍ଲା, ୨୮ ରାଜ୍ୟ ଓ ରାଜଧାନୀର ନାମ ନିର୍ଭୁଲ ଭାବେ କହିପାରୁଛନ୍ତି । ଏଥିସହିତ ବାରମାସର ନାମ, ୬ ଋତୁ, ସାତ ବାର, ୨୫ଟି ଜାତୀୟ ସଙ୍କେତ, ୫ ମହାଦେଶ, ୭ ମହାସାଗର, ୮ ଉପଗ୍ରହର ନାମ କହିବା ସହ ୭୦ ଟି ସାଧାରଣଜ୍ଞାନର ଉତ୍ତର ଅତି ସହଜରେ ଆଶିଷ ଦେଇପାରୁଛନ୍ତି।

ପ୍ରସନ୍ନ ଜଣେ ଜିଆରଏସ୍ ଭାବେ କାର୍ଯ୍ୟରତ ଏବଂ ପତ୍ନୀ ଗୃହିଣୀ ଅଟନ୍ତି । ଅବସର ସମୟରେ ପୁଅକୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ପ୍ରଦାନ କରନ୍ତି। ଜାନୁଆରୀ ୧୭ ତାରିଖରେ ଅନ୍‌ଲାଇନ୍‌ ମାଧ୍ୟମରେ ଇଣ୍ଡିଆ ବୁକ୍ ରେକର୍ଡ଼କୁ ସମସ୍ତ ଭିଡିଓ ପଠାଯାଇଥିଲା। ମାତ୍ର ଜାନୁଆରୀ ୨୨ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଶିଷ କୁମାର ରଣସିଂହ ସ୍ଥାନ ପାଇଥିବା ସୂଚନା ମିଳିଥିଲା ।

Comments are closed.