ଆଜି ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ, ନ୍ୟୁଜିଲାଣ୍ଡ

0

ନୂଆଦିଲ୍ଲୀ: ଆଜି କ୍ରିକେଟ ଦିନିକିଆ ବିଶ୍ବକପର ପ୍ରଥମ ସେମିଫାନାଲ ମ୍ୟାଚ୍ । ମୁମ୍ବାଇରେ ହେବ ବିଗ୍ ଫାଇଟ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ନ୍ୟୁଜିଲାଣ୍ଡ । ମୁ୍ମ୍ବାଇର ୱାଙ୍ଖଡେରେ ଦିନ ଦୁଇଟାରୁ ମ୍ୟାଚ ଅନୁଷ୍ଠିତ ହେବ । ୨୦୧୯ରେ ଅନୁଷ୍ଠିତ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା । ୪ ବର୍ଷ ପରେ ଏହାର ପ୍ରତିଶୋଧ ନେଇ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପରେ ଲଗାତର ୯ଟି ମ୍ୟାଚ ଜିତି ଅପରାଜେୟ ରହିଛି ଟିମ ଇଣ୍ଡିଆ। ସେମିରେ ଭେଟିବାକୁ ଥିବା ନ୍ୟୁଜିଲାଣ୍ଡକୁ ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରି ସାରିଛି । କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାୟ ଆୟର ସହ ୱିକେଟ ରକ୍ଷକ କେ. ଏଲ ରାହୁଲ ସବୁଠାରୁ ଭଲ ଫର୍ମରେ ଅଛନ୍ତି । ଓପନିଂ ଶୁବମନ ଗିଲ ମଧ୍ୟ ନେଦରଲ୍ୟାଣ୍ଡ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ଏକାଧିକ ମ୍ୟାଚରେ ନିଜର ସାମର୍ଥ୍ୟ ସାବ୍ୟସ୍ତ କରିସାରିଛନ୍ତି। ମହମ୍ମଦ ସିରାଜ, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ସ୍ପେଶାଲିଷ୍ଟ ପେସର ଭାରତର ବୋଲିଂ ଶକ୍ତି। ନ୍ୟୁଜିଲାଣ୍ଡ ମଧ୍ୟ ଭାରତର ମୁକାବିଲା ନେଇ ଜୋରଦାର ପ୍ରସ୍ତୁତି କରିଛି । ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର କିୱି ଦଳର ସବୁଠାରୁ ଟପ୍ ଫର୍ମରେ ଅଛନ୍ତି । କ୍ୟାପଟେନ କେନ ୱିଲିମସନଙ୍କ ସହ କନୱେ ଭଳି ଶ୍ରେଣ୍ଠ ବ୍ୟାଟ୍ସ୍ୟାମନ ନ୍ୟୁଜିଲାଣ୍ଡ ପାଖରେ ରହିଛି । ଟ୍ରେଣ୍ଟ ବୋଲ୍ଟ,, ଲକି ଫର୍ଗୁସନ ଏବଂ ଟିମ ସାଉଦି ମ୍ୟାଚକୁ କେତେବେଳି ବି ଓଲଟପାଲଟ କରିଦେବାର କ୍ଷମତା ରଖିଛନ୍ତି୍ ।

Leave A Reply

Your email address will not be published.